Firefox 4 ବିଟା ରେ ନୂତନ କଣ ଅଛି

Firefox 4 କୁ ସୁନ୍ଦର କରିବା ପାଇଁ ସହାୟତା କରନ୍ତୁ!

Firefox 4 ବିଟା ପାଇଁ ଆପଣଙ୍କ ପରି ଚାଳକମାନଙ୍କ ଦ୍ୱରା ଅଧିକ ପରୀକ୍ଷା ଆବଶ୍ୟକ ! ଏହି ପ୍ରକାଶନକୁ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କରିବା ପାଇଁ ସହାୟତା କରିବାକୁ,ନିମ୍ନଲିଖିତ ବିଶେଷତାଗୁଡ଼ିକୁ ପରୀକ୍ଷା କରିବା ପାଇଁ ପ୍ରତ୍ୟେକ ଦିନ 30ସେକଣ୍ଡ ଦିଅନ୍ତୁ। ଆପଣ ଆମ ପାଖକୁ ସଙ୍ଗେ ସଙ୍ଗେ ବ୍ରାଉଜରର ଡାହାଣ ପାଖ ଉପର ଅଂଶରେ ଥିବା ମତାମତ ବଟନକୁ ନେଇ ଆମର କାର୍ଯ୍ୟକଳାପ ବିଷୟରେ ଗୋଟିଏ ସକ୍ଷିପ୍ତ ବିବରଣୀ ପଠାଇପାରିବେ।

ସାଇଟ ସୁସଙ୍ଗତତା

ଆପଣଙ୍କର ମନପସନ୍ଦ ସାଇଟ କାମ କରୁଛି କି? ନିଶ୍ଚିତ କରନ୍ତୁ ଯେ ଆପଣ ଅଧିକାଂଶ ସମୟରେ ପରିଦର୍ଶନ କରୁଥିବା ସାଇଟ Firefox 4 ରେ ସଠିକ ଭାବରେ କାର୍ଯ୍ୟ କରୁଅଛି। ଆପଣ ୱେବସାଇଟ ଖାତାକୁ ଲଗଇନ କରିପାରୁଛନ୍ତି କି? ଆପଣ ଭିଡିଓକୁ ଚଲାଇ ପାରୁଛନ୍ତି କି? ଆପଣ ନିଜର ମନପସନ୍ଦ ଖେଳକୁ ଖେଳି ପାରୁଛନ୍ତି କି? ଆମକୁ ଜଣାନ୍ତୁ!

Sync

ଯଦି ଆପଣଙ୍କ ପାଖରେ iPhone ପାଇଁ Firefox ମୂଳ ସ୍ଥାନ ଅଛି କିମ୍ବା ଆପଣଙ୍କ ମୋବାଇଲ ଫୋନରେ Firefox 4 ବିଟା ମୋବାଇଲ ସ୍ଥାପିତ ଥାଏ, ତେବେ ଆପଣଙ୍କର ବ୍ରାଉଜର ଅଧିବେଶନକୁ ଆପଣଙ୍କ ଉପକରଣରେ ସନ୍ତୁଳନ କରିବା ପାଇଁ ଚେଷ୍ଟାକରନ୍ତୁ।ଆପଣ ନିଜ ଖାତାରେ ସଠିକ ଭାବରେ ଲଗଇନ କରିପାରୁଛନ୍ତି କି? ଆପଣଙ୍କର ଚିହ୍ନିତ ସ୍ଥାନ ସନ୍ତୁଳିତ ଅଛି କି?

ପାନୋରାମା

ଆପଣ ଏପର୍ଯ୍ୟନ୍ତ ପାନୋରାମା ବ୍ୟବହାର କଲେଣି କି? ଆପଣଙ୍କ ବ୍ରାଉଜରର ଡାହାଣ ପାଖ ଉପରେ ଥିବା ପାନୋରାମା ଚିତ୍ର ସଂକେତ ଉପରେ କ୍ଲିକ କରନ୍ତୁ। ଆପଣଙ୍କର ସମସ୍ତ ଖୋଲା ଟ୍ୟାବଗୁଡ଼ିକ ଦୃଶ୍ୟମାନ ହେଉଛି କି? ଆପଣ ତାହାକୁ ସହଜରେ ପଟ୍ଟିକ ଚାରିପଟେ ଘୁଞ୍ଚାଇ ପାରିବେ କି? ଆପଣ ଆଶାକରୁଥିବା ଅନୁସାରେ ସେଗୁଡ଼ିକ ଆଚରଣ କରୁଛନ୍ତି କି? ଆମକୁ ଜଣାନ୍ତୁ!

ପ୍ଲଗଇନ ସୁସଙ୍ଗତତା

ପ୍ଲଗଇନଗୁଡ଼ିକ ଶକ୍ତି ଶାଳୀ ଭିଡିଓ, ଜୀବନାୟନ ଏବଂ ଖେଳଗୁଡ଼ିକୁ ସୁପ୍ରସିଦ୍ଧ ୱେବସାଇଟଗୁଡ଼ିକରେ ସହାୟତା କରିଥାଏ। ପ୍ଲଗଇନଗୁଡ଼ିକ, ତୃତୀୟ ପକ୍ଷ କମ୍ପାନି ଦ୍ୱାରା ନିର୍ମିତ ହୋଇଥାଏ, ସୁସଙ୍ଗତତା ସମସ୍ୟା ହେତୁ ବେଳେ ବେଳେ ନଷ୍ଟ ହୋଇଥାଏ। ସଙ୍ଗୀତ ଏବଂ ଭିଡ଼ିଓ କୁ ସଠିକ ଭାବରେ ଚଲାଇହେଉଛି କି? ଆପଣ ସହଜରେ ଆପଣଙ୍କ ବନ୍ଧୁଙ୍କ ସହିତ ସାମାଜିକ ନେଟୱର୍କିଙ୍କ ସାଇଟରେ ବାର୍ତ୍ତାଳାପ କରିପାରୁଛନ୍ତି କି? ଆମକୁ ଜଣାନ୍ତୁ!